ତିହିଡ଼ି ୦୨/୦୯: ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅନ୍ତର୍ଗତ ସୟା ପଞ୍ଚାୟତର ବାଉଁଶବାଗ ଗ୍ରାମରେ ଅଭାବନୀୟ ଘଟଣା। ହଠାତ୍ ନିଆଁଲାଗି ଜଳିଗଲା ଭିମା ମଲ୍ଲିକ ଦୁଇ ବଖରା ଘର। ଘରେ ଥିବା ସମସ୍ତ ଆସବାବପତ୍ର ପୋଡ଼ି ପାଉଁଶ ହୋଇଯାଇଛି। ଏଥିସହି ଗୁହାଳକୁ  ନିଆଁ ବ୍ୟାପିଯିବାରୁ ୨ ଗାଈ, ୧୫ ଛେଳି ସମେତ ଶହେ କୁକୁଡ଼ା ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଗ୍ରାମବାସୀ ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରି ବିଫଳ ହୋଇଥିଲେ। 

​​​

ସୂଚନା ଅନୁଯାୟ, ଆଜି ସକାଳେ ତିହିଡି ବ୍ଲକ ଅନ୍ତର୍ଗତ ସୟା ପଞ୍ଚାୟତର ବାଉଁଶବାଗ ଗାଁ ଭିମା ମଲ୍ଲିକଙ୍କ ଘରେ ହଠାତ୍ ନିଆଁ ଲାଗିଯାଇଥିଲା। ଦେଖୁ ଦେଖୁ ଦୁଇ ଘର ସମେତ ଗୁହାଳ ପୋଡ଼ି ପାଉଁଶ ହୋଇଥିଲା। ଗ୍ରାମବାସୀ ନିଆଁକୁ  ଆୟତ୍ତ କରିବାରେ ସକ୍ଷମ ହୋଇନଥିଲେ। ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କା ଆସବାବପତ୍ର ଜଳିଯାଇଥିଲା। ଏଥିସହିତ ଗାଈ, ୧୫ ଛେଳି ଓ ଶହେ କୁକୁଡ଼ା ଜିଅନ୍ତା ଜିଳି ଯାଇଥିଲେ। ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ିନାହିଁ।  ଏନେଇ ସ୍ଥାନୀୟ ଅଗ୍ନିଶମ ବାହିନୀ ଓ ପୁଲିସକୁ ସୂଚନା ଦେଇଥିବା ଜଣାପଡ଼ିଛ।  ଭିମା ମଲ୍ଲିକ ସରକାର ସହାୟତା ଦାବି କରିଛନ୍ତି ଗ୍ରାମବାସୀ।